ଧରାକୋଟ: ଧରାକୋଟ ବି ଡି ଓ ଭାବେ ଦାୟିତ୍ର ଗ୍ରହଣକଲେ କେଶରୀ ଜେନା
ଦୀର୍ଘଦିନ ଧରି ଖାଲି ପଡିଥିବା ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବି ଡି ଓ ପଦବୀ ପୂରଣ ହୋଇଛି । ସୁବର୍ଣ୍ଣପୁର ଡେପୁଟି କଲକ୍ଟର ସଂଗ୍ରାମ କେଶରୀ ଜେନା ନୂଆଁ ବି ଡି ଓ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ବ୍ଲକ କାର୍ଯ୍ୟାଳୟ ରେ ଏ ବି ଡି ଓ ସୁଶିଲ ପଟନାୟକ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ, ଆର ଡବ୍ଲୁ ଏସ ଏସ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ଗ୍ରାମ ପଞ୍ଚାୟତ ଅଧିକାରୀ ଦେବରାଜ ନାୟକ,ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗର ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଯୋଗଦେଇଥିଲେ l