ସମ୍ୱଲପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ନିଶା ବିରୋଧି ଅଭିଯାନ କ୍ରମରେ ମଙ୍ଗଳବାର ବିପୁଳ ନିଶା କଫ ସିରପ ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର ସୁଚନା ଅନୁଯାୟୀ, ବେଆଇନ ଭାବରେ ଖିଣ୍ଡା ଅଞ୍ଚଳରେ ନିଶା କଫ ସିରପ କାରବାର ଚାଲୁଥିବାର ଖବର ପାଇଁ ରିନା ସାହୁ ନାମକ ଜଣେ ୪୯ ବର୍ଷିୟ ମହିଳାଙ୍କ ଘରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ହୋଇଥିବା ତଲାସୀ ସମୟରେ ମହିଳାଙ୍କ ଶୟନ କକ୍ଷରୁ ୬୯୦ ବୋତଲ ନିଶା କଫ ସିରପ ମିଳିଥିଲା । ଏଣୁ ଏକ ମାମଲା ଅବକାରୀ ବିଭାଗ ପକ୍ଷରୁ ରୁଜୁ କରାଯାଇ ମହିଳାଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ବୋଲି ସୁଚନା ଦିଆଯାଇଛି ।