ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ଏହି ବୈଠକ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଙ୍କୁ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି l ଜିଲ୍ଲାର ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ବିଭିନ୍ନ କ୍ଷେତ୍ରରୁ ଆସିଥିବା ୬ଟି ନିବେଶ ପ୍ରସ୍ତାବ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହିତ ସେଗୁଡ଼ିକୁ ମଞ୍ଜୁରୀ ଦେବା ନେଇ ସମୀକ୍ଷା ମଧ୍ୟ କରାଯାଇଛି l ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ପ୍ରସ୍ତାବଗୁଡ଼ିକୁ ଶୀଘ୍ର କ୍ଲିୟରାନ୍ସ ଦେ