ବୀରମିତ୍ରପୁର: ନୂଆଗାଁ ବ୍ଲକ,ବାରିଲେପ୍ଟା କ୍ଲଷ୍ଟରର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ,ବାରିଲେପ୍ଟାରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୫ ଅନୁଷ୍ଠିତ
ନୂଆଗାଁ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ବାରିଲେପ୍ଟା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାରିଲେପ୍ଟା ପରିସରରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି।ବାରିଲେପ୍ଟା କ୍ଲଷ୍ଟରର ସିଆରସିସି ଜିତନାଥ ଟୋପ୍ପୋ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜନ୍ମେଜୟ ତ୍ରିପାଠୀ ପରିଚାଳନା କରିଥିଲେ।