ତିଲେଇବଣି ବ୍ଲକ ତାଳକୁଣ୍ଡି ଗ୍ରାମପଂଚାୟତ ଦେବଝରଣ ଗ୍ରାମରେ ଆଜି ହାତୀ ଉପଦ୍ରବ ଦେଖାଯାଇଛି । ଏକ ଗୋଠ ଛଡା ଦନ୍ତା ହାତୀ ଗାଁ ଭିତରେ ପଶି ଉପଦ୍ରବ କରିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ନିକଟ ଜଙ୍ଗଲ ଭିତରୁ ବାହାରି ଆସି ଦନ୍ତା ହାତୀ ଗାଁ ଭିତରେ ପଶିଥିଲା । ଭୟରେ ଲୋକ ଯିଏ ଯୁଆଡେ ପଳାଇ ନିଜର ଜୀବନ ବଂଚାଇଥିଲେ । ଦୀର୍ଘ ସମୟ ଧରି ଗାଁ ନିକଟରେ ହାତୀ ଉପଦ୍ରବ କରିଥିଲା । ଆଜି ଦିନ ପ୍ରାୟ ୪ ଟାରେ ଏନେଇ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ଉକ୍ତ ଦନ୍ତା ହାତୀ ଗାଁ ଭିତରୁ ବାହାରି ଆସିଥିଲେ ମଧ୍ୟ ଗାଁ ନିକଟରେ ରହିଥିବା ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି ।