ରିଆମାଳ ବନାଞ୍ଚଳ ତିମୂର ଗ୍ରାମ ନିକଟରେ ୧୩ ଟିକିଆ ହାତୀପଲ ଉପଦ୍ରବ କରୁଥିବା ଜଣାପଡିଛି । ସୋମବାର ରାତି ୧୧ ଟାରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଛି । ହାତୀ ପଲରେ ୨ ଟି ଦନ୍ତା ହାତୀ, ୯ ଟି ମାଈ ହାତୀ ଏବଂ ୨ ଟି ହାତୀ ଶାବକ ରହିଥିବା ଜଣାପଡିଛି । ହାତୀ ଥିବା ଅଂଚଳରେ ଧାନ ଫସଲ କ୍ଷୟକ୍ଷତି ହେଉଥିବା ଜଣାପଡିଛି । ବନବିଭାଗ କର୍ମଚାରୀ ଉକ୍ତ ଅଂଚଳରେ ପଇଁତରା ମାରିବା ସହିତ ହାତୀର ଗତିବିଧି ଉପରେ ନଜର ରଖିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ବିଶେଷ କରି ହାତୀ ପଲ ଯେଭଳି ଜନବସତୀ ମୁହାଁ ନହେବେ ସେଥିପ୍ରତି ଦୃଷ୍ଟି ଦେଉଥିବା ଜଣାପଡିଛି ।