ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ଅଭିଯାନ ଅନ୍ତର୍ଗତ କେନ୍ଦ୍ରୀୟ ଭୂମୀଜଳ ପରିଷଦ ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୂବନେଶ୍ୱର ଆନୁକୂଲ୍ୟରେ ଦେବଗଡ ମହାବିଦ୍ୟାଳୟରେ ଆଜି ଭୁତଳ ଜଳ ପରିଚାଳନା ସମ୍ପର୍କୀତ ଏକ କର୍ମଶାଳା ଦିନ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଦାମ କୁମାର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଭୁତଳ ଜଳ ପରିଷଦର ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ବିକ୍ରମ କୁମାର ସାହୁ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।