କୁଚିଣ୍ଡା: ବାମରା ଓ କୁଚିଣ୍ଡା ବ୍ଲକ ରେ ହାତୀ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କଲା ଟାଟା ପାୱାର
ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ଓ ରଙ୍ଗିଆଟିକ୍ରା ଏବଂ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡ଼ାବାହାଲ ଓ ଗୋଛରା ପଞ୍ଚାୟତ ଅଞ୍ଚଳ ରେ ୬୨ ହାତୀ ଙ୍କ ଏକ ଦଳ ଘୁରି ବୁଲୁଥିବା ବେଳେ ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି। ଅନ୍ୟ ପଟେ ବନ ବିଭାଗ ର ସୂଚନା କୁ ଆଧାର କରି ସୁରକ୍ଷା ଦୃଷ୍ଟି ରୁ, ହାତୀ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଥିବା ନେଇ ଗୁରୁବାର ରାତି ପ୍ରାୟ ୯ ଟାରେ ଟାଟା ପାୱାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।