ସୁନ୍ଦରଗଡ ସହର: ସାନପତ୍ରା ପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ତାର ଚୋରି ଉଦ୍ୟମ, ବିଦ୍ୟୁତ ତାର ଓ ଗାଡ଼ି ଜବତ, ଅଭିଯୁକ୍ତ ମାନେ ଫେରାର
ଅଜି ଡିସେମ୍ବର 22 ତାରିଖ ସୋମବାର ରାତି 1:45 ରୁ ଭୋର 4 ଟା ମଧ୍ୟରେ ଏହି ଚୋରି ହେଉଥିଲା। ତେବେ କେତେକ ସ୍ଥାନୀୟ ଲୋକେ ସଂଘ ବଦ୍ଧ ହୋଇ ସନ୍ଦେହରେ ଘଟଣା ସ୍ଥଳ ଆଡ଼କୁ ଟର୍ଚ୍ଚ ଧରି ମୁହାଇଁବା ଦେଖି ଚୋର ମାନେ ସମସ୍ତ ବିଦ୍ୟୁତ୍ ତାର ଓ ଚୋରି ରେ ବ୍ୟବହାର କରିଥିବା OD -16N-5032 ନମ୍ବର ବିଶିଷ୍ଟ ଟାଟା ଯୁଦ୍ଧା ପିକ ଅପ୍ ଭ୍ୟାନ୍ କୁ ଘଟଣା ସ୍ଥଳରେ ଛାଡ଼ି ଅନ୍ଧାର ମଧ୍ୟରେ ଅଦୃଶ୍ୟ ହୋଇ ଯାଇଥିବା ଜଣା ପଡିଛି। ତେବେ ସାନ ପତ୍ରା ପାଲି ଓ ଆଖ ପାଖ ଅଞ୍ଚଳର ଲୋକେ ଏକଜୁଟ ହୋଇ ଚୋରି ହେଉଥିବା ସମ୍ପତ୍ତିକୁ ଜଗି ରହି ସଦର ଥାନା ପୋଲସ କୁ ସୂଚନା ଦେବା ପରେ ସଦର ପୋଲିସ ଘଟଣା ସ୍ଥଳରୁ ସମସ୍ତ