ବସ୍ତା: ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣା ଘଟିଛି କୁଣ୍ଡୁପୁର ଗ୍ରାମର ତେଲ ଟାଙ୍କି ସ୍ଥିତ ପାଣିଟାଙ୍କଘରେ
ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଆଜି ଉଦ୍ଧାର l ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଣ୍ଡପୁର ଗ୍ରାମ ରେଯୁବକ ଙ୍କ ଫାଶୀ ହୋଇ ମୃତ୍ୟୁ ହେବାକୁ ନେଇ ଚର୍ଚ୍ଚା । ସୂଚନା ଅନୁସାରେ ଗ୍ରାମ ର ଦର୍ଶନ ବେହେରା ଙ୍କ ୩୦ ବର୍ଷ ର ପୁତ୍ର ଅନିଲ ବେହେରା ସକାଳ ସମୟରେ କୁଣ୍ଡପୁର ତେଲ ଟାଙ୍କି ସ୍ଥିତ ପାଣିଟାଙ୍କି ଘରେ ଫାଶୀ ହୋଇ ଝୁଲୁଥିବା ଅବସ୍ଥା ରେ ଲୋକେ ଦେଖି ତୁରନ୍ତ ବସ୍ତା ମେଡିକାଲ କୁ ଆଣିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ଯୁବକ ଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି.