ବେଆଇନ ଦେଶୀ ମହୁଲି ଭାଟି ଉପରେ ପୋଲିସ ର ଚଢ଼ାଉ, ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଦାଶରଥିପୁର ଗାଁର ପତଳା ସାହି ଜଙ୍ଗଲ ଭିତରେ ବେଆଇନ ଦେଶୀ ମହୁଲି ମଦ ତିଆରି ସମୟରେ ତୁରୁମୁଙ୍ଗା ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ, ପୋଚ ସହ ମଦରନ୍ଧା ସାମଗ୍ରୀ ନିଆଁ ଲଗାଇ ପୋଡି ନଷ୍ଟ କରିଦେଇଛି । ଚଢ଼ାଉ ଦେଖି ମଦ ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ । ସୂଚନା ଅନୁଯାୟୀ, ପତଳା ସାହିରେ ଦୀର୍ଘଦିନ ହେବ ବେଆଇନ ଭାବେ ଦେଶୀ ମହୁଲି ମଦ ତିଆରି ଚାଲିଥିଲା ।