କେନ୍ଦୁଝର ସହର: ବଡବିଲ ବଜାରରେ ପୋଲିସର ଚଢ଼ାଉ, ବିପୁଳ ପରିମାଣରେ ବେଆଇନ ବାଣ ଜବତ
କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଆଜି ମୁଖ୍ୟ ବଜାରରେ ହଠାତ୍ ଚଢାଉ କରି ଦୁଇଟି ଗୋଦାମରେ ବେଆଇନ ଭାବେ ବିକ୍ରି ପାଇଁ ଜମା ରଖା ଯାଇଥିବା ବିପୁଳ ପରିମାଣରେ ବାଣ ଜବତ୍ କରିଛି। କୌଣସି ପ୍ରକାର ଲାଇସେନ୍ସ ନ ଥାଇ ଏହି ବାଣ ଷ୍ଟକ୍ ରଖା ଯାଇଥିବା ବେଳେ ଗୋଦାମରେ ସୁରକ୍ଷା ଉପକରଣ ମଧ୍ୟ ନ ଥିଲା। ପୋଲିସ ବାଣ ଗୁଡିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।