ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝାରଗାଡ଼ିଆ ଫାଣ୍ଡି ସମ୍ମୁଖରେ ଏକ ପେଟ୍ରୋଲ ଟ୍ୟାଙ୍କର ଧକ୍କା ହୋଇଛି | ଏଚପି ପେଟ୍ରୋଲ କମ୍ପାନୀର ଏକ ଟ୍ୟାଙ୍କର ଧକ୍କା ହୋଇଛି, ଗାଡି ଧକ୍କା ପରେ ଗାଡିର ଡ୍ରାଇଭର ଚାପି ହୋଇ ରହିଯାଇଥିଲେ, ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାଇଡ୍ରା ମେସିନ ସାହାଯ୍ୟରେ ଗାଡିକୁ କାଟି ଗାଡି ଭିତରୁ ଡ୍ରାଇଭରକୁ ବାହାର କରାଯାଇଥିଲା ଓ ତାର ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି |