କୁଚିଣ୍ଡା ସ୍ଥିତ ରାମ ମନ୍ଦିର ଠାରେ ଧନୁ ସଂକ୍ରାନ୍ତି ଅବସରରେ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ଭଗବାନ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ମହାପ୍ରଭୁଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନରେ ଭଗବାନ ସତ୍ୟନାରାୟଣ ଙ୍କ ପୂଜାର୍ଚ୍ଚନା ହେବା ସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ ତନୟ ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀୟା ମହାପାତ୍ର ଯୋଗ ଦେଇଥିବା ବେଳେ ପୂଜକ ଭାବେ ନିଲାଞ୍ଚଳ ପାଣିଗ୍ରାହୀ, ଚିତ୍ତରଞ୍ଜନ ପଣ୍ଡା,ତପନ ପଣ୍ଡା ପୂଜାର୍ଚ୍ଚନା କରିଥିଲେ।