କୁଚିଣ୍ଡା: ଚତୁର୍ଥ ଦିନରେ ଖଣ୍ଡକଟା ଧନୁଯାତ୍ରା, ଯୋଗ ଦେଲେ ୨ କ୍ୟାବିନେଟ ମନ୍ତ୍ରୀ
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡକଟା ଠାରେ ଆଞ୍ଚଳିକ ଧନୁଯାତ୍ରା ଆୟୋଜିତ ହୋଇ ଆସୁଥିବା ବେଳେ ଶନିବାର ଏହାର ଚତୁର୍ଥ ଦିନରେ ନାବକେଳି ସମେତ ଅନ୍ୟାନ୍ୟ ନାଟକ ଆୟୋଜିତ ହୋଇଥିଲା। ଗତ ବୁଧବାର ଠାରୁ ଖଣ୍ଡକଟା ଠାରେ ଆଞ୍ଚଳିକ ଧନୁଯାତ୍ରା ଆୟୋଜିତ ହୋଇ ଆସୁଛି। ହେଲେ ଏହାର ଚତୁର୍ଥ ଦିବସରେ ଗୋପପୁରରେ ନାବକେଳୀ, ସମ୍ପ୍ରଦା ମଣ୍ଡଳୀ ଓ କୃଷ୍ଣ ବଳରାମ କୁ ଧରି ଅକ୍ରୁର ଆଗମନ ମଞ୍ଚସ୍ଥ ହୋଇ ଥିବା ବେଳେ ମଥୁରା ନଗରୀରେ କନ୍ସ ଦରବାର ଓ ଅକ୍ରୁର ପ୍ରେରଣ ନାଟକ ମଞ୍ଚସ୍ଥ ହୋଇଥିଲା।