ଲାଞ୍ଜିଗଡ: ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ମେଡ଼ିକାଲ ଠାରେ ‘ସମ୍ବାଦ-ଆମ ଓଡ଼ିଶା”, ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ ସମୂହ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ଶିବିରରେ ଲାଞ୍ଜିଗଡ଼ ବ୍ଳକ ବିଡ଼ିଓ ଦାଇତ୍ୱରେ ଥିବା ଆଇଏଏସ୍ ଅନିମେଶ ପ୍ରଧାନ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼. ବଳଭଦ୍ର ମାଝୀ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର,ବିଇଓ ରୁଷିଆ ମେହେର, ବିଶ୍ୱନାଥପୁର ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ