ଜଣେ ନାବାଳିକା ବାଟବଣା ହୋଇ ସୁକିନ୍ଦା ବ୍ଲକ ଛକରେ ଛିଡ଼ାହୋଇଥିବ ସୁକିନ୍ଦା କୋର୍ଟର ଯୁବତୀ ଦୁଇ ଓକିଲ ଦେଖି ସେ ନାବାଳିକାକୁ ନେଇ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ନିକଟରେ ପହଞ୍ଚାଇଥିଲେ । ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ତୁରନ୍ତ ସେ ନାବାଳିକା ଝିଅଟିକୁ ନେଇ ସୁକିନ୍ଦା ସିଡ଼ିପିଓ ସୁଜାତା ମହପାତ୍ରଙ୍କ ନିକଟରେ ପହଞ୍ଚାଇବା ପରେ ସିଡ଼ିପିଓ ସୁଜାତା ମହପାତ୍ର ନିଖୋଜ ନାବାଳିକା ଟିର ତଥ୍ୟ ସଂଗ୍ରହ କରି ସୁକିନ୍ଦା ଟାଟା କଲୋନୀ ବାସିନ୍ଦା ତାର ମୌସା ମିଥୁନ ସମେୟାଙ୍କୁ ହସ୍ତାନ୍ତର କରିଥିବା ବୁଧବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି ।