ବିବାହର ପ୍ରତିଶ୍ମୃତି ଦେଇ ଦୁଷ୍କର୍ମ ପରେ ପ୍ରତାରଣା ଅଭିଯୋଗ । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ଦେବଗଡ ଥାନା ନୂଆଗାଁ ଗ୍ରାମର ଯୁଧିଷ୍ଠିର କିସାନଙ୍କୁ ଗିରଫ କରି ଦେବଗଡ ପୋଲିସ କୋର୍ଟଚାଲାଣ କରିଛି । ମାତ୍ର ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ରବିବାର ରାତି ୯ ଟାରେ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଦେବଗଡ ଥାନା ଅଂଚଳର ନିର୍ଦ୍ଦିଷ୍ଟ ଏକ ଗ୍ରାମର ଜଣେ ଯୁବତୀ ରାତି ଘରେ ଏକୁଟିଆ ଶୋଇଥିବା ବେଳେ ଯୁଧିଷ୍ଠିର ତାଙ୍କ ଘରେ ପଶି ଯୁବତୀଙ୍କ ଅନିଚ୍ଛା ସତ୍ୱେ ଦୁଷ୍କର୍ମ କରିଥିଲା ।