ଆମ ଦେଶର ଅଖଣ୍ଡତା, ସାର୍ବଭୌମତା, ନିରପେକ୍ଷତା ସହିତ ନୀତି, ନିୟମ ଓ କାନୁନକୁ ସମାନତା ଦେବା ଏବଂ ଗଣତନ୍ତ୍ରର ସୁପରିଚାଳନା ଓ ଗୋଟିଏ ମାପକାଠିରେ ଚାଲିବା ପାଇଁ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଅଧକ୍ଷତାରେ ଗଠିତ ସମ୍ବିଧାନକୁ ସମ୍ମାନ ଦେବା ପାଇଁ ସାରା ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଛି। କିନ୍ତୁ ଜିଲ୍ଲା କଂଗ୍ରେସ ଆଜି ସମ୍ବିଧାନ ବଞ୍ଚାଅ ଦିର୍ବିସ ପାଳନ କରିଛି। ଜିଲ୍ଲା କଂଗ୍ରେସ ସଭାପତି ଇଂ ମନୋଜ କୁମାର ଜେନା କହିଛନ୍ତି କି ଦେଶରେ ବର୍ତମାନର ସରକାର ଏକଛତ୍ରବାଦୀ ଓ ମନମୁଖୂ ଶାସନ ଚଳାଉଛି। ଲୋକମାନେ ଉପଯୁକ୍ତ ନ୍ୟାୟ ପାଉନାହାନ୍ତି।