ଧରାକୋଟ: ରୁଗୁମୁ, ବାହାରପୁର, ମାଣିକପୁର, ଧରାକୋଟ ଭଳି ବ୍ଲକର ସମସ୍ତ କ୍ଳଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଧରାକୋଟ, ମୁଣ୍ଡମରାଇ, ରୁଗୁମୁ, ମାଣିକ ପୁର, ବାହାରପୁର, ବରଡ଼ାବିଲି, ଯାହାଡ଼ା, କଳାସୂତା,ଝରପାରି କ୍ଳଷ୍ଟର ରେ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ରେ ଅନୁଷ୍ଠିତ ସୁରଭି କାର୍ଯକ୍ରମ ରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଅଭିମନ୍ୟୁ ସାହୁ, ଏ ବି ଇ ଓ ବିଭୁତି ଭୁଷଣ ପାତ୍ର, ଏ ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ ପଟନାୟକ,ଇଂରାଜୀ ଅଧ୍ୟାପକ ବଳରାମ ସ୍ବାଇଁ,ପ୍ରାକ୍ତନ ସି ଆର ସି ସି ଭାସ୍କର ବାତ୍ୟା ଯୋଗ ଦେଇଥିଲେ l