ଝାରସୁଗୁଡା: ରାଉତବନ୍ଧର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଝାରସୁଗୁଡ଼ା ବଡ଼ମାଳ ଥାନା ରାଉତବନ୍ଧର ଅନିଲ ରାଉତ ଙ୍କର ଆଜି ଅପରାହ୍ନ ୩ ଟା ରେ ସ୍ବାସ୍ଥ୍ୟାବସ୍ଥା ହଠାତ୍ ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇଥିଲେ। ସେଠାରେ ଡାକ୍ତର ଅନିଲଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ। ଏନେଇ ବଡ଼ମାଳ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବେ ପର୍ଯ୍ୟନ୍ତ ଅନିଲଙ୍କ ମୃତ୍ୟୁର କାରଣ ଜଣାପଡ଼ିପାରିନାହିଁ।