ଦେବଗଡ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ଦେବଗଡ ମହାବିଦ୍ୟାଳୟର ବାର୍ଷୀକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିନ ୧୦ ରୁ ପ୍ରାୟ ୪ ପର୍ଯ୍ୟନ୍ତ ଉକ୍ତ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦାମ କୁମାର ପରିଡା କ୍ରୀଡା ଧ୍ୱଜା ଉତୋଳନ କରିଥିବା ବେଳେ ପରିଚାଳନା କମିଟୀର ସଭାପତି ତଥା ସହକାରୀ ଜିଲ୍ଲାପାଳ ଓ ଭାରପ୍ରାପ୍ତ କ୍ରୀଡା ଅଧିକାରୀ ତାପସ କୁମାର ମହନ୍ତ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନୀ ସଭାରେ ପ୍ରାଧ୍ୟାପକ ଶେଖ ନିଜାମୁଦ୍ଦିନ ଅଲ୍ଲୀ, ଧୁଲେଶ୍ୱର ପ୍ରଧାନ, ବିକ୍ରମ କେଶରୀ ନାୟକ ଓ ସଞ୍ଜୀବ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଥିଲେ।