ନୂଆପଡା: କୁକୁରୀ ମୁଣ୍ଡି ଗ୍ରାମରେ ବଜ୍ରାଘାତ ରେ ଜଣେ ମହିଳା ଙ୍କ ମୃତ୍ୟୁ
ଗତକାଲି ରାତିରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ କିକୁରି ମୁଣ୍ଡି ଗ୍ରାମରେ ବଜ୍ରାଘାତ ରେ ହୀରା ସିଂ ମାଝୀ ଙ୍କ ଧର୍ମ ପତ୍ନୀ ପଲାମୀ ମାଝୀ ଙ୍କ ମୃତ୍ୟୁ ଘଟିଛି।ଗତକାଲି ବଜ୍ରାଘାତ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ସକାଳେ ଦିନ ଦଶଟା ସମୟରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ଓ ମୃତ ଶରୀର ତାଙ୍କ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି।ଏହି ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।