ସୋହେଲା: ସନିମାଲ ଛକ ରେ ଜଣେ ଆଠ ବର୍ଷ ର ଶିଶୁକୁ ଧକ୍କାଦେଇ କୁକୁଡା ବୋଝେଇ ପିକଅଫ ଫେରାଇ, ଅଂଚଲର ଲୋକେ କଲେ ରାସ୍ତାରୋକ
ସୋହେଲା ବ୍ଲକ ତଥା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସନିମାଲ ଛକ ରେ ଏକ କୁକୁଡା ବୋଝେଇ ପିକଅଫ ଜଣେ ଆଠ ବର୍ଷ ର ଶିଶୁକୁ ଧକ୍କା ଦେଇ ଫେରାଇ ହୋଇଥିଲା । ଘଟଣା ଆଜି ପାଖାପାଖି ଅପରାହ୍ନ 3 PM ସମୟର ଅଟେ । ଗୁରୁତର ହୋଇଥିବା ଶିଶୁପୁତ୍ର ହେଉଛି ଧର୍ମ ଶିଖା ଙ୍କ ପୁତ୍ର ଶ୍ରୀକାନ୍ତ ଶିଖା । ଏହି ଶିଶୁଟି ରାସ୍ତା ପାରି ହେଉଥିବା ବେଲେ ପିକଅଫ ଭ୍ୟାନ ଟି ଶିଶୁପୁତ୍ର କୁ ଧକ୍ମା ଦେଇ ଫେରାଇ ମାରିଥିଲା । ଘଟଣା ସ୍ଥଲରେ ପିକଅଫ କୁ ସାଧାରଣ ଲୋକେ ଅଟକାଇ ବାକୁ ଚେଷ୍ଟା କରିଥିଲେ କିନ୍ତୁ ଗାଡିଟି ଅଟକି ନଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ବରଗଡ ବିକାଶ ହସ୍ପିଟାଲ କୁ ପଠାଯାଇଥିଲା