ସଦର: କଳାହାଣ୍ଡି ର ବିଭିନ୍ନ ସ୍ଥାନରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଅଷ୍ଟମୀ ତିଥିରେ ପଶ୍ଚିମ ଓଡ଼ିଶାରେ ଦିତିବାହନ ଓଷା ପାଳନ
ଆଜି ଆଶ୍ୱିନ କୃଷ୍ଣପକ୍ଷ ମୂଳାଅଷ୍ଟମୀ ତିଥିରେ ପଶ୍ଚିମ ଓଡ଼ିଶାରେ ଦିତିବାହନ ଓଷା ବା ପୁଅ ଜିଉଁନ୍ତିଆ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ପୁଅ ଝିଅର ମଙ୍ଗଳ କାମନା କରି ମାଆ ମାନେ ଉପବାସ ରହି ଏହି ପୂଜା ନିଷ୍ଠାର ସହିତ ନିର୍ଜଳା ଉପବାସ କରିଥାଆନ୍ତି।ସେଥିପାଇଁ ବିଭିନ୍ନ ପ୍ରକାର ଫଳ, ମୂଳ ସହ ଡାଳ ପତ୍ର, ପଦ୍ମ ଫୁଲ ଓ ବିଭିନ୍ନ ରଙ୍ଗର ଜିଉଁତିଆ ସଂଗ୍ରହ କରି ଏକଜୁଟ ହୋଇ ବ୍ରତ ଧାରିଣୀ ମାଁ ମାନେ କଳାହାଣ୍ଡି ର ବିଭିନ୍ନ ମନ୍ଦିର, ଗ୍ରାମପୂଜା ମଣ୍ଡପ ଓ କ୍ଲବରେ ଠାରେ ଦିତି ବାହନ ପୂଜା କରାଯାଇ ସନ୍ତାନ ମାନଙ୍କ ନିରୋଗ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି,