କେନ୍ଦୁଝର ସହର: ରଜାବସା ନିକଟରେ ପୋଲ ତଳକୁ ଖସିଲା ହାଇୱା, ଚାଳକ ମୃତ, ପୋଲିସର ଉଦ୍ଧାର କାର୍ଯ୍ୟ ଆରମ୍ଭ
କେନ୍ଦୁଝର ଜିଲ୍ଲା ରିମୁଳି ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥର ରଜାବସା ନିକଟରେ ଆଜି ସକାଳୁ ଏକ ହାଇୱା ଭାରସାମ୍ୟ ହରାଇ ପୋଲ ତଳକୁ ଖସି ନାଳରେ ବୁଡି ଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଡିରୁ ମୃତ ଡ଼୍ରାଇଭରଙ୍କ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ଦେଖା ଯାଇଥିଲା।