ରାଉରକେଲା ବନ୍ଧମୁଣ୍ଡାରେ ଧୁମଧାମରେ ପାଳିତ ହୋଇଯାଇଛି ଟୁସୁ ଯାତ୍ରା। ଶୁକ୍ରବାର ସଂଧ୍ୟାରେ ଏଥିପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ବନ୍ଧମୁଣ୍ଡା ଟୁସୁ ମିଳନ ମେଳାରେ ଜମିଲା ଭିଡ। ରେଳଙ୍ଗରୀ ବନ୍ଦାମୁଣ୍ଡା ଠାରେ ସରସ୍ବତୀ ସ୍ପୋର୍ଟିଂ କ୍ଲବ୍ ଓ ମୁଖୀ ସୋସାଇଟିର ମିଳିତ ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ ହର୍ଷୋଲ୍ଲାସ ସହିତ ପାଳନ ହୋଇଯାଇଛି।