ଦେବଗଡ ଜିଲ୍ଲା କନଛଡା ଗ୍ରାମରେ ସୋମବାର ନାଗ ସାପ ଦଂଶନରେ ଜନୈକ ବ୍ୟକ୍ତି ଅସୁସ୍ଥ ହୋଇ ପଡିଛନ୍ତି । ଅସୁସ୍ଥ ହୋଇ ପଡିଥିବା ବ୍ୟକ୍ତି କନଛଡା ଗ୍ରାମର ଭୁବନେଶ୍ୱର ସାହୁ ବୋଲି ଜଣାପଡିଛି । ଭୁବନେଶ୍ୱର ନିଜ ଘର ଅଗଣାରେ ଥିବା ବେଳେ ତାଙ୍କ ଦେହରେ ଏକ ନାଗ ସାପ ଚଢୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ନାଗ ସାପକୁ ଫିଙ୍ଗି ଦେଇଥିଲେ । ମାତ୍ର ସାପ ଦଂଶନରେ ସେ ଅସୁସ୍ଥ ଅନୁଭବ କରିବାର ପରିବାର ଲୋକ ତୁରନ୍ତ ସୋମବାର ସନ୍ଧ୍ୟା ପ୍ରାୟ ୫ ଟାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି ।