ଧନତେରସ ପାଈଁ କ୍ଷେତରାଜପୁର ପୋଲିସର କଡା ସୁରକ୍ଷା ବ୍ୟବସ୍ଥା l କ୍ଷେତରାଜପୁର ଥାନା ଅଞ୍ଚଳରେ ଥିବା ବିଭିନ୍ନ ସୁନା ଦୋକାନ ସମ୍ମୁଖରେ ଆଜି ଦିନ ଅପେକ୍ଷା ରାତିରେ ବେସି ପୋଲିସ ର କଡା ପହରା ଥିଲା l ରାତି ସମୟରେ ଲୁଟ ପାଟ ତଥା ଚୋରି କୁ ଦୃଷ୍ଟି ରେ ରଖି ପୋଲିସ ଏହି ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଥିଲେ l ତେବେ ଆଜି ରାତି ତମାମ ସୁନା ଦୋକାନ ଗୁଡିକ ସମ୍ମୁଖରେ ଏହି କଡା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ପୋଲିସ ମୁଖ୍ୟାଳୟ ରୁ ରାତି 10 ଟା ରେ ସୂଚନା ମିଳିଛି l