ସମ୍ବଲପୁର ଜ଼ିଲ୍ଲା ରେ ଆଜି ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି l ସହର ଭିତରେ ଓ ଉପଖଣ୍ଠ ସ୍ଥିତ ଧନୁପାଲି, ଦୁର୍ଗାପାଲି ମାନେଶ୍ଵର, ସିନ୍ଦୁରପଙ୍କ, ଭାଲୁପାଲି, ଅଞ୍ଚଳରେ ସକାଲ 8 ଟା ପର୍ଯ୍ୟନ୍ତ କୁହୁଡି ଢାଙ୍କି ହୋଇ ରହିଛି l ରାସ୍ତାରେ ସମ୍ମୁଖରୁ ଆସୁଥିବା ଗାଡି ମଧ୍ୟ ଦେଖା ଯାଉନାହିଁ l ପ୍ରାତଃ ଭ୍ରମଣ କରୁଥିବା ଲୋକେ କୁହୁଡି ର ବେସ ମଜା ନେଉଥିବା ଦେଖିବାକୁ ମିଳିଛି l ତେବେ ସହର ରେ ଆଜି ଏତେ ମାତ୍ରାରେ କୁହୁଡି ପଡ଼ିଥିବା ପ୍ରଥମ ବୋଲି କହିଛନ୍ତି l