ଟିଟିଲାଗଡ: ଟିଟିଲାଗଡ଼ ପ୍ରାଣୀ ଚିକିତ୍ସକଙ୍କ କଳା ବ୍ୟାଜ ପିନ୍ଧି ୨୩ ଦିନ ହେଲା କରୁଛନ୍ତି ଚିକିତ୍ସା - ଦାବି ପୂରଣ ନହେଲେ ଦେବେ କାର୍ଯ୍ୟ ବନ୍ଦ ଡାକରା
୨୩ ଦିନ ଧରି କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି ପ୍ରାଣୀ ଚିକିତ୍ସକ - ଦାବି ପୂରଣ ନହେଲେ ଖୁବ ଶୀଘ୍ର ଦେବେ କାର୍ଯ୍ୟ ବର୍ଜନ ଡାକରା। ଟିଟିଲାଗଡ଼ - ସରକାର ପ୍ର।ଣି ସମ୍ପଦକୁ ଗୁରୁତ୍ଵ ଦେବା ସହ ଚାଷି ତଥା ପଶୁ ମାନଙ୍କ ନିମଗନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ୧୦ ପ୍ରତିଶତ ବି ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ କରୁ ନାହାନ୍ତି। ସେହିଭଳି ଚିକିତ୍ସକଙ୍କ ଅଭାବ ମଧ୍ୟ ରହୁଛି। ପ୍ରାଣୀ ସମ୍ପଦ ନିରୀକ୍ଷକଙ୍କ ମଧ୍ୟ ଅଭାବ ରହିଥିବା ବେଳେ ଦରମା ଅସଙ୍ଗତି ସାଙ୍ଗକୁ ପଦୋନ୍ନତିଏବଂ ଡିଏସପ