ଧର୍ମଶାଳା: ଧର୍ମଶାଳା ମହୋତ୍ସବ ପଡ଼ିଆ ଠାରେ ୫୯ ତମ ଦୁର୍ଗା ପୂଜା ଓ ଦାଣ୍ଡିଆ ଉତ୍ସବ ଶୁଭ ଉଦ୍ଘାଟିତ
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଧର୍ମଶାଳା ମହୋତ୍ସବ ପଡ଼ିଆ ଠାରେ ଧର୍ମଶାଳା ଦୁର୍ଗା ପୂଜା ମହୋତ୍ସବ କମିଟି ଆନୁକୁଲ୍ୟରେ ୫୯ ତମ ଦୁର୍ଗା ପୂଜା ଓ ଦାଣ୍ଡିଆ ଉତ୍ସବ ଅନେକ ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ଅତିଥି ମାନଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଥିବା ଦେଖିବାକୁ ମିଳିଛି । ଏହି ବିଶେଷ କାର୍ଯ୍ୟକ୍ରମରେ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହିତ ଅନେକ ବରିଷ୍ଠ ଅତିଥି ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।