ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ବିଜେପି ମଣ୍ଡଳ କାର୍ଯ୍ୟାଳୟରେ ଶୁକ୍ରବାର ଅଟଳ ସ୍ମୃତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଜି ସନ୍ଧ୍ୟା ୬ ଟା ରୁ ୭ ଟା ଯାଏଁ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଥିବା ଭାବଗ୍ରାହି ସାହୁ, କ୍ଷମାସାଗର ଭୋଇ, କୈଳାସ ମେହେର ପ୍ରମୁଖ ଙ୍କୁ ସମ୍ମାନିତ କରିଥିଲେ l ଏହାସହ ଭାଜପା ଜିଲ୍ଲା ଓ ମଣ୍ଡଳ ସ୍ତରରେ ନବ ନିର୍ବାଚିତ ପଦାଧିକାରି ମାନଙ୍କୁ ମନ୍ତ୍ରୀ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ ।