ଧର୍ମଶାଳା: ମାନପୁର ଗ୍ରାମରେ କୁନ୍ତଳା ଦେବୀଙ୍କ ଶେଷ ଦର୍ଶନ କଲେ ମନ୍ତ୍ରୀଙ୍କ ସୁପୁତ୍ର ସବ୍ୟସାଚୀ ବଳସାମନ୍ତ
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମାନପୁର ଗ୍ରାମର ବିଜେପି ଦଳର ଦୃଢ ସଂଗଠକ ସୀତାଂଶୁ ଚୌଧରୀଙ୍କ ମା କୁନ୍ତଳା ଦେବୀଙ୍କ ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ପାଇ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୁପୁତ୍ର ତଥା ଓଡ଼ିଶା ମାଈନିଂ ୱାର୍କର୍ସ ୟୁନୀୟନର ସଭାପତି ସବ୍ୟସାଚୀ ବଳସାମନ୍ତ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତନା ଦେଇଥିବା ବୁଧବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଛି ।