ଧନୁପାଲି ଥାନା ଅନ୍ତର୍ଗତ ଖଣ୍ଡୁଆଲ ରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 8 ଟା ସମୟରେ ଜଣେ ଯୁବକ କାମ ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଯୁବକ ଜଣକ ରାସ୍ତାରେ ପଡି ରହିଥିଲେ l ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ମେଡିକାଲ କୁ ଆଣି ଚିକିତ୍ସା କରାଇଥିଲେ l