ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ବୁଧବାର ରାତ୍ରି 8 ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ଆଗାମୀ ଧନୁଯାତ୍ରା ପାଇଁ ସହରର ବିଦ୍ୟୁତ କାର୍ଯ୍ୟ ପାଇଁ ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବ | ଆଶା କିରଣ,ଲ କଲେଜ,ଚନ୍ଦନ ନଗର,କୋକସିଆଲ ଏରିଆ,ଭଟଲି ଛକ ଏରିଆ,ନିଗମାନନ୍ଦ ବିହାର,ଜ୍ୟୋତି ନଗର,SS ଲକ୍ଷ୍ମୀନଗର ଭିଲ୍ଲା,ଆଶୀର୍ବାଦ ଭିଲ୍ଲା, ମାତୃ ବିହାର,ଆନନ୍ଦ ଧାମ ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି ।