ସର୍ପ ଦଂଶନରେ ଦେବଗଡର ଜଣେ ଯୁବକ ଆନନ୍ଦ ସ୍ୱାଇଁ ଅସୁସ୍ଥ ଥିବା ଜଣାପଡିଛି । ଆନନ୍ଦ ଘରେ ଥିବା ବେଳେ ତାଙ୍କୁ ଏକ ସର୍ପ ଦଂଶନ କରିଥିଲା । ସେ ସାପ ଟିକୁ ଦେଖି ପାରିଥିବା ବେଳେ ତାର ଫଟୋ ମଧ୍ୟ ଉତୋଳନ କରିଥିଲେ । ସର୍ପ ଦଂଶନ ପରେ ଅସୁସ୍ଥ ଅନୁଭବ କରିବା ସହିତ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଭର୍ତି କରିଥିବା ବେଳେ ରାତି ୧୦ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।