ବାରକୋଟ ବ୍ଲକ ବିଜୟନଗର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଦ୍ୱିଦିବସୀୟ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ମଙ୍ଗଳବାର ଦିନ ପ୍ରାୟ ୪ ଟାରେ ଉଦଯାପିତ ହୋଇଯାଇଛି । ଦୁର୍ଗମ ଅଞ୍ଚଳର ପ୍ରତିଭାବାନ କ୍ରୀଡ଼ାବୀତଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ବିକାଶ ଫାଉଣ୍ଡେସନ ସହାୟତାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି । ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଖେଳ ମହୋତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।