ଆଜି ମାର୍ଚ୍ଚ 16 ତାରିଖ ଆଉ କେତେଟା ଦିନ ପରେ ରାଜ୍ୟ ସରକାରଙ୍କ ଲ୍ୟାମ୍ପସ ଦ୍ବାରା ଧାନ କିଣା ବନ୍ଦ ହେବ। ତେବେ ହେମଗିର ଲ୍ୟାମ୍ପସ ଆଜି ତାର ବାର୍ଷିକ ବୈଠକ ବା ଆନୁଆଲ ଗଭର୍ଣିଂ ବଡି ବୈଠକ କରିଛି। ବୈଠକରେ ଲ୍ୟାମ୍ପସର ସମସ୍ତ 11 ଜଣ ଯାକ ନିର୍ଦ୍ଦେଶକ ଯୋଗ ଦେଇ ଲ୍ୟାମ୍ପସର ସର୍ବାଙ୍ଗୀନ ଉନ୍ନତି, ଚାଷୀଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା କରିଥଲେ। ତେବେ ଯେଉଁ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ଟୋକନ ମିଳି ନାହିଁ ବା ସେମାନେ ତାଙ୍କ କଷ୍ଟ ଅର୍ଜିତ ଧାନ ଦେଇ ପାରି ନାହାଁନ୍ତି ସେମାନଙ୍କର ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ଆଜିର