ବାଇକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର । ଗୁରୁତର ମହିଳା ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମର ଗଙ୍ଗା ଦଳେଇଙ୍କ ସ୍ତ୍ରୀ ଶୈଳବାଳା ଦଲେଇ ବୋଲି ଜଣାପଡିଛି । ଶୈଳବାଳା ତାଙ୍କ ସ୍ୱାମୀଙ୍କ ସହିତ ବାଇକରେ ଘରକୁ ଫେରୁଥିବା ବେଳେ ଆଜି ସନ୍ଧ୍ୟାରେ ବଳମ ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଯାଇଥିଲେ । ଫଳରେ ତାଙ୍କ ମୁହଁରେ ଗୁରୁତର ଆଘାତ ଲାଗିବା ସହିତ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିବା ବେଳେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।