ବୀରମିତ୍ରପୁର: କୁଆରମୁଣ୍ଡା ବ୍ଲକ କୁଆରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଇକେନଭାଲ ପଡ଼ିଆରେ ଫୁଟବଲ ଖେଳ ଉଦ୍ଘାଟିତ।
ପ୍ରାପ୍ତିସୂଚନାନୁସାରେ ଆଜି କୁଆରମୁଣ୍ଡା ବ୍ଲକ କୁଆରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଇକେନଭାଲ ପଡ଼ିଆରେ ଫୁଟବଲ ଖେଳ ଉଦ୍ଘାଟିତ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ରାଜ୍ୟ ଆଦିବାସୀ କଂଗ୍ରେସ ଦଳର ଭାଇସ ପ୍ରେସିଡେଣ୍ଟ ରାଜେଶ କେରକେଟା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟିତ କରିଥିଲେ।ପ୍ରଥମେ ଯମୁନାନାକି ଦଳ ଓ ଭୁଲୁତୁମେର ଦଳ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା।ପ୍ରାୟ ୪୦ଟି ଦଳ ଖେଳିବାର ସୂଚନା ମିଳିଛି।ଏହି ଖେଳକୁ ନାଇକେନଭାଲ ୟୁଥ୍ ଅର୍ଗାନାଇଜେସନ ପରିଚାଳନା କରିଥିବା ସୂଚନା ମିଳିଛି।