ବରଗଡ: ବରଗଡ଼ ବିଧାୟକ ଗାଇସୀମା ଅନୁଷ୍ଠିତ ଫୁଟବଲ ମ୍ୟାଚରେ କଲେ ଯୋଗଦାନ
ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସୀମା ଠାରେ ରବିବାର ଅପରାହ୍ନ 3 ଘଣ୍ଟା ସମୟରେ ୨୦ ତମ ଶ୍ରୀ ଶ୍ରୀ ବରାଡ଼ ବାଲୁଙ୍କେଶ୍ୱର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଫୁଟବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଅବସରରେ ବହୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ବିଜୟୀ ଦଳକୁ ବିଧାୟକ ପୁରସ୍କୃତ କରିଥିଲେ | ଆଗାମୀ ଦିନରେ ବରଗଡ଼ର ନାମ ଗୌରବ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ବିଧାୟକ ।