ଗୁଣୁପୁର: ଶଗଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ
ମଙ୍ଗଳବାର ପୂର୍ବାହ୍ନରେ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ତହସିଲଦାର ଲିଳାବତୀ ଆଚାର୍ଜି ପ୍ରମୁଖ ଯୋଗ ଦେଇ ସମସ୍ତ ଅଭିଯୋଗ ଶୁଣି ଥିଲେ ଏବଂ ସମସ୍ୟା ଗୁଡିକର ଶୀଘ୍ର ସମାଧନ କରିବା ନିମନ୍ତେ ବିଡ଼ିଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।