ହିଞ୍ଜିଳି: ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
Hinjili, Ganjam | Sep 25, 2025 ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ପୌର ପରିଷଦ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଳେଇ ଙ୍କ ଅଧ୍ୟକ୍ଷତା ରେ ,କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେରିହା ଙ୍କ ସମେତ ସମସ୍ତ କାଉନସିଲର ଓ କଲେଜ୍ ଛାତ୍ରୀ ,ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ମିଶି ହିଞ୍ଜିଳି ସହର ବିଭିନ୍ନ ସ୍ଥାନରେ ପଡ଼ିଥିବା ଅଳିଆ ଆବର୍ଜ୍ଜନା କୁ ବାହାର କରିଥିଲେ ଓ ସମସ୍ତଙ୍କୁ ପରିବେଶ ସଫା ସୁତାର ରଖିବା ପାଇଁ ପରାମର୍ଶ ଦେଇଥିଲେ।