ଯୋଡା: ତଡୁଆବାହାଳଠାରେ ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ
ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ ନଂ ଜାତୀୟ ରାଜପଥର ରିମୁଳିଠାରୁ ନାରଦପୁର ମଧ୍ୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଛି। ମଙ୍ଗଳବାର ରାତିରେ ତଡୁଆବାହାଳଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ୯ଟା ବେଳେ ଅମଳାନିଗୋଡା ଗ୍ରାମର ପୁରଞ୍ଜୟ ମହାନ୍ତଙ୍କ ମୃତ୍ୟୁ ହୋଇଛି। ପୁରଞ୍ଜୟ ଯୋଡ଼ାରୁ ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିବା ବେଳେ ତଡୁଆବାହାଳଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।