ନବରଙ୍ଗପୁର ପୋଲିସ ଷ୍ଟେସନ: ଫସଲ ନଷ୍ଟ କଲା ବନ ସୁରକ୍ଷା ସମିତି ଏଇ ଅଭିଯୋଗ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇ ରୋଷେଇ କରି ଖାଇଲେ ଖଲିଗୁଡାର 22 ପରିବାର
ଗୋରୁ ଚୋରେଇ ଚାଷ କରାଯାଇଥିବା ଫସଲ କୁ ନଷ୍ଟ କରିଦେଲେ ଦୁଇ ବନ ସୁରକ୍ଷା ସମିତି । ପ୍ରତିବାଦ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି 22 ପରିବାର ଏବଂ କାର୍ଯ୍ୟାଳୟ ପରିସରରେ ହଣ୍ଡା ଡେକିଚି ଆଣି ରୋଷେଇ କରି ଖାଇଛନ୍ତି। ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ଖଲିଗୁଡା ଗ୍ରାମର ଦୁଇଟି ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ଜମିରେ କରିଥିବା ଚାଷକୁ ନଷ୍ଟ କରିବା ପାଇ ଗୋରୁ ପଲ ଛାଡିଦେଇଥିବା ଅଭିଯୋଗରେ ଧାରଣା ଦେଇଛନ୍ତି ଖଲିଗୁଡା ଗ୍ରାମବାସୀ