ବରଗଡ: ବନଖଣ୍ଡ ବିଭାଗ ପକ୍ଷରୁ କେନ୍ଦପାଲି ଠାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବରଗଡ଼ ବିଧାୟକ
ବନଖଣ୍ଡ ବିଭାଗ ପକ୍ଷରୁ କେନ୍ଦପାଲି ଠାରେ ବୁଧବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଅବସରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅନ୍ତର୍ଗତ କେନ୍ଦପାଲି ଗ୍ରାମରେ ବରଗଡ଼ ବନଖଣ୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷ ରୋପଣ କଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ | ବରଗଡ଼ ବନଖଣ୍ଡ ଅଧିକାରୀଙ୍କ ସହ ବନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।