ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ଚାଲୁଥିବାର ଖବର ପାଇ କ୍ଷେତରାଜପୁର ଥାନାଞ୍ଚଳର ମନ୍ଦଲିଆ ଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ମନ୍ଦଲିଆ ନିବାସୀ ସୁରେଶ ତାଣ୍ଡି ନାମକ ଜଣେ ଯୁବକ ଙ୍କ ନିକଟରୁ ବେଆଇନ ଭାବରେ ରଖାଯାଇଥିବା ୬୧ ବୋତଲ ନିଶା କଫ ସିରପ ଜବତ କରିଥିଲା । ଏଣୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ବୋଲି ଅବକାରୀ ବିଭାଗ ଆଜି ସନ୍ଧ୍ୟା ପ୍ରାୟ 6 ଟା ରେ ସୁଚନା ଦେଇଛନ୍ତି ।