ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବ୍ରାଉନ ସୁଗର ଜବତ, ଜଣେ ଗିରଫ l ମିଳିଥିବା ସୂଚନା ଅନୁସାରେ କୁରେଇଟୋଲା ଅଞ୍ଚଳରେ ମଙ୍ଗଳବାର ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ପୁଲିସ ଏସକେ. ଅବଦୁଲ ସାଜିଦ ନାମକ ଜଣେ ଯୁବକକୁ ଧରିଥିଲା । ସୁନାପାଲି ନିବାସୀ ଅବଦୁଲ ସାଜିଦ ଙ୍କ ନିକଟରୁ ଅବକାରୀ ଦଳ ୧୪ ଗ୍ରାମର ବ୍ରାଉନସୁଗାର ଓ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲା । ସେ ଉକ୍ତ ବ୍ରାଉନସୁଗାରକୁ ରାଜ୍ୟ ବାହାରୁ ଚାଲାଣ କରି ଆଣିଥିବାର ଜେରା ସମୟରେ କହିଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଦାଲତକୁ ଚାଲାଣ କର