ଗାନ୍ଧିନଗର ସ୍ଥିତ ବିନାୟକ ମିଲ ଠାରେ ବିଷାକ୍ତ ନାଗ ସାପ ଉଦ୍ଧାର। । ବୁଧବାର ମିଲର ଏକ ଘରେ ଗୋଟିଏ ବିରାଟ ବିଷାକ୍ତ ନାଗ ସାପ ବୁଲୁଥିବାର ଶ୍ରମିକ ମାନେ ଦେଖିଥିଲେ । ଏହି ଖବର ଜାଣିବା ପରେ ମିଲ ମାଲିକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁବାଷ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ସୁବାଷ ଭାଇ ଉକ୍ତ ସ୍ଥାନକୁ ଯାଇ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି ।